ଜାତୀୟ ରାଜପଥ ରାସ୍ତାର ପୁନଃ ନିର୍ମାଣ ପାଇଁ ଗୋଟିଏ ମହିଳା କଲେ ପାଞ୍ଚ ଘଣ୍ଟା ର ରାସ୍ତା ଅବରୋଧ।

2
100

UNA News
Odisha Bureau

ଅନୁପମା ବିଶ୍ୱାଳ ନାମକ ଜଣେ ମହିଳା ଆଜି ନାଲକୋ ନଗର ର F.C.I ଛକ ଠାରେ 55 ନମ୍ବର ଜାତୀୟ ରାଜପଥ କୁ ସକାଳ 7.30 ସମୟରୁ ପ୍ରାୟ 12 ଘଟିକା ପର୍ଯ୍ୟନ୍ତ ଏକାକୀ 5 ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଗୋଟିଏ ଦାବି ଓ ଗୋଟିଏ ମହିଳା, ରାସ୍ତା ର ପୁନଃ ନିର୍ମାଣ ପାଇଁ ଆଗେଇ ଆସିଥିଲେ ।




ବୃତ୍ତି ରେ ଶିକ୍ଷୟିତ୍ରୀ ଥିଲେ ତେଣୁ ଉଚିତ ଜବାବ ମଧ୍ୟ ଦେଉଥିଲେ ।ସେ ପୋଲିସ ହୁଅନ୍ତୁ କି ଲୋକ ପ୍ରତିନିଧି ସମସ୍ତେ ଫେଲ ମାରିଥିଲେ ତାଙ୍କ ଆଗରେ । ପୋଲିସ ଙ୍କୁ ତାଙ୍କର କର୍ତ୍ତବ୍ୟ ବିଷୟରେ ଅବଗତ କରାଇବା ସହିତ ଲୋକ ପ୍ରତିନିଧି ଙ୍କୁ ଜନତା ଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ବିଡମ୍ବନା ବିଷୟ ସ୍ଥାନୀୟ ଜନତା କେବଳ ଦେଖଣାହାରୀ ସାଜି ଥିବା ବେଳେ କେହି ଜଣେ ମଧ୍ୟ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିବା ପାଇଁ ଆଗେଇ ଆସିନଥିଲେ । ତେଣୁ ଏହାର ସୁଯୋଗ ନେଇ ବଅଁରପାଳ ତହସିଲଦାର ଓ ସ୍ଥାନୀୟ ନାଲକୋ ପୋଲିସ ତାଙ୍କୁ ଥାନା କୁ ନେଇ ଆସିଥିଲେ ଏବଂ ଅଟକ ରଖିଛନ୍ତି । ଏହା ପାରେ ରାସ୍ତା ଅବରୋଧ ହଟିବା ସହିତ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

2 COMMENTS

LEAVE A REPLY

Please enter your comment!
Please enter your name here