ସ୍ଲୋଗ- ବିଜେଡି ଗଡ଼ରେ କଂଗେସ ର ବିଜୟ

4
98

UNA News
Odisha Bureau,


ସ୍ଥାନ – ମାଲକାନଗିରି
ତାରିଖ – ୨/୩/୨୦୨୨

ମାଲକାନଗିରି ଭଳି ଉପାନ୍ତ ଜିଲ୍ଲା ରେ ବର୍ତମାନ ରାନୈତକ ପାଣିପାଗ ରେ ଉଷ୍ଣତା ଦେଖିବାକୁ ମିଳିଛି ।ଦଶ ଦଶନ୍ଦି ପରେ ନିର୍ବାଚନ ହଉଥିବା ଚିତ୍ରକୋଣ୍ଡା ବ୍ଲକ ରେ ବଡ ଉଲଟ ପାଲଟ ଦେଖିବାକୁ ମିଳିଛି । ବ୍ଲକ ରେ ବିଜେଡି ଏକ ତରଫା ବିଜୟ ହାସଲ କରିବ ବୋଲି ଚର୍ଚା ଜୋର ଧରୀଥିବା ବେଳା ମାଲକାନଗିରି ର ଜଣେ ଯୁବନେତା ଇସାକ ଖୋସଲା ବିଜେଡି ର ଗଣିତ କୁ ଉଲଟ ପାଲଟ କରିଦେଇଛନ୍ତି । ଆଉ ଏହାକୁ ନେଇ ଏବେ ଜିଲ୍ଲା ରେ ଚର୍ଚାର ବିଷୟ ପାଲଟଛି । ସୂଚନା ମୁତାବକ କୋରକୁଣ୍ତା ଜୋନ-୨ ଓ ଚିତ୍ରକୋଣ୍ତା ଜୋନ-୧ ର ବିଜୟ ପଛରେ ଏହି ଯୁବନେତା ର ହାତ ଥିବା ଜିଲ୍ଲା ରେ ଜୋର ସୋର ରେ ଚର୍ଚା ଚାଲିଛି । ଅନ୍ୟପଟେ ବିଭିନ୍ନ ଜୋନ ରେ ବିଜେଡି ଦଳ ବିଜୟ ହାସଲ କରିଥିବା ବେଳେ ପର୍ଯ୍ୟବେକ୍ଷକ ଦାଇତ୍ୱ ନେଇ ଦୁଇଟି ଜୋନ ରେ ଜିଲ୍ଲା ପରିଷଦ ଙ୍କୁ ବିଜୟ କରାଈ ଏହି ଯୁବ ନେତେ ଜିଲ୍ଲା ରେ କଂଗ୍ରେସ ଦଳ ର ସମ୍ମାନ ରକ୍ଷା କରିଥିବା କୁହାଯାଉଛି । ଦୁଇ ଗୋଟି ଜୋନ ମଧ୍ୟରୁ ଚିତ୍ରକୋଣ୍ତା ଜୋନ ୦୧ ରେ କଂଗ୍ରେସ ପାର୍ଥିନି ବିନନ୍ତି ଖିଲ, ଏବଂ କୋରକୁଣ୍ତା ଜୋନ୍ -୨ ରେ ମଙ୍ଗୁ ଖିଲ ବିଜୟ ହାସଲ କରିଛନ୍ତି ତେବେ ବର୍ତମାନ କଂଗ୍ରେସ ଦଳ ଆଗକୁ ଏହି ଯୁବ ନେତା ଙ୍କୁ କଣ ଦାଇତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବାଇଟ୍ :- ବିନନ୍ତି ଖିଲ (ଜୋନ -୧ ଚିତ୍ରକୋଣ୍ତା )

ବାଇଟ- ମଙ୍ଗୁ ଖିଲ ( ଜୋନ -୨ କୋରକୁଣ୍ତା )

4 COMMENTS

  1. My brother recommended I might like this blog. He was once totally right. This put up actually made my day. You can not believe just how so much time I had spent for this info! Thank you!

LEAVE A REPLY

Please enter your comment!
Please enter your name here